ଘଟଣା ଓ ଦୁର୍ଘଟଣା

ପୀତାଚରି ରେଳ ଲାଇନରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ମୃତଦେହ, ପାଖରେ ଥୁଆ ହୋଇଛି ବାଇକ

By Angul TV Bureau

April 25, 2022

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ କତଡା ପଞ୍ଚାୟତର ପୀତାଚରି ରେଲୱେ କ୍ରସିଂ ଟ୍ରେନ ଲାଇନରେ ଆଜି ସକାଳେ ଏକ ଅଜଣା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ଦେହର ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଏ ନେଇ ପୋଲିସକୁ ଖବର ଦେବାରୁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଆଜି ସକାଳେ ସେମାନେ ରେଳ ଧାରଣାରେ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିଥିଲେ। ଟିକେ ଦୂରରେ ଏକ କଳା ରଙ୍ଗ ୟୁନିକର୍ଣ୍ଣ ବାଇକ (ଓଡି୧୪ ସି ୦୫୫୮) ବି ପଡ଼ିଥିଲା। ଏଣୁ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ବୋଲି କହିଛି।