ଘଟଣା ଓ ଦୁର୍ଘଟଣା

ଗାଧୁଆ ଘରେ ଝୁଲି ପଡ଼ିଲେ ଯୁବତୀ, କାରଣ ଅସ୍ପଷ୍ଟ

By Angul TV Bureau

February 20, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ କଲୋନୀରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଯୁବତୀ ଜଣକ ଘରର ଗାଧୁଆ ଘରେ ଝୁଲି ପଡ଼ିଛନ୍ତି। ମୃତ ଯୁବତୀ ହେଲେ ସ୍ଥାନୀୟ ବୁଦ୍ଧିଆ ସାହୁଙ୍କ ଝିଅ ସ୍ନେହପ୍ରଭା ସାହୁ (୨୦)।

ସୂଚନା ମୁତାବକ, ମୃତକଙ୍କ ଘର କୁଲାଡ଼ ହୋଇଥିବା ବେଳେ ସେ କିଛି ବର୍ଷ ହେବ ନାଲକୋ କଲୋନୀରେ ରହୁଥିଲେ। ତେବେ ଆଜି ସକାଳେ ଗାଧୁଆ ଘରେ ସ୍ନେହପ୍ରଭା ସାହୁଙ୍କ ଝୁଲନ୍ତା ମୃତଦେହକୁ ଘର ଲୋକ ଦେଖିଥିଲେ। ଏନେଇ ସେମାନେ ନାଲକୋ ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟବଚ୍ଛେଦ ଓ ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।