ମୁଖ୍ୟ ଖବର

ମଗରର ମୃତ ଦେହ ଉଦ୍ଧାର

By Angul TV Bureau

February 04, 2026

ଅନୁଗୁଳ: ଅନୁଗୁଳରେ ମଗର କୁମ୍ଭୀରର ମୃତ୍ୟୁ। ସାତକୋଶିଆ ବନଖଣ୍ଡ ଅଧୀନସ୍ଥ ଟିକରପଡ଼ା ରେଞ୍ଜ ମହୁଲିଆ ନାଳରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଛି ଏକ ମଗର କୁମ୍ଭୀର। ମୃତ କୁମ୍ଭୀରର ପଛ ଗୋଡ଼ ପାଖ ପିଠି ହାଡ଼ ଭାଙ୍ଗିଯାଇଛି। ମୃତ କୁମ୍ଭୀରର ବୟସ ୫ ବର୍ଷ। ଲମ୍ବ ପ୍ରାୟ ସାଢ଼େ ୫ ଫୁଟ। ଘଟଣା ସ୍ଥଳରେ ହାତୀ ପାଦ ଚିହ୍ନ ପଡ଼ିଥିବାରୁ ହାତୀ ସହ ସଂଘର୍ଷରେ କୁମ୍ଭୀରଟିର ମୃତ୍ୟୁ ହୋଇଥିବା ବନ ବିଭାଗ ଆଶଙ୍କା କରୁଛି। ତେବେ ଆସନ୍ତାକାଲି ପୋଷ୍ଟମର୍ଟମ ପରେ କୁମ୍ଭୀର ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।