ମୁଖ୍ୟ ଖବର

କେନାଲରେ ଭାସୁଛି ନବଜାତ ଶିଶୁ ମୃତଦେହ

By Angul TV Bureau

August 21, 2025

ଅନୁଗୁଳ: ପୁଣି ଅଲୋଡା ହେଲା ନବଜାତ ଶିଶୁ,ଜନ୍ମ ପରେ କେନାଲରେ ଶିଶୁକୁ କେହି ଫୋପାଡ଼ି ଦେଇଥିବା ଜଣାପଡିଛି। ଏପରି ଘଟଣା ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶିକ୍ଷକପଡା ଅଞ୍ଚଳରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ ଗୁରୁବାର ସକାଳ ସମୟରେ ଶିକ୍ଷକପଡା ଛାଲ ଗୋଦାମ ପାଖ କେନାଲରେ ଏକ ନବଜାତ ଶିଶୁର ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏହାକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଅନୁଗୁଳ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ ଅନୁଗୁଳ ସହର ମଧ୍ୟରେ ପୂର୍ବରୁ ଏଭଳି ଘଟଣା ଅନେକବାର୍ ଦେଖିବାକୁ ମିଳିଛି। ପୁଣି ଥରେ ଏହି ଘଟଣାର ପୁନରାବୃତ୍ତି ଘଟିଥିବା ବେଳେ ସ୍ଥାନୀୟ କୌଣସି ନର୍ସିଂହୋମରୁ ହିଁ ଏପରି କରାଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି।