ଘଟଣା ଓ ଦୁର୍ଘଟଣା

ଗାଧୋଇବା ବେଳେ ନାଳରେ ଭାସିଯାଇଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

By Angul TV Bureau

September 20, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଜରଡ଼ା ପଞ୍ଚାୟତ ପାରିପରା ନିକଟରେ ଥିବା ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପାରିପରା ନିକଟରେ ଯାଇଥିବା ନାଳକୁ ସେହି ଗାଁର ଦୁର୍ଯ୍ୟୋଧନ ବେହେରା(୪୫) ଆଜି ପୂର୍ବାହ୍ନରେ ଗାଧୋଇବାକୁ ଯାଇଥିଲେ। ଗୋଡ଼ ଖସି ଯିବାରୁ ସେ ନାଳରେ ଭାସି ଯାଇଥିଲେ। ଗ୍ରାମବାସୀ ବହୁ ଖୋଜାଖୋଜି ପରେ ବି ତାଙ୍କୁ ପାଇନଥିଲେ ଏଣୁ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ପହଞ୍ଚି ନାଳରେ ବହୁ ଖୋଜାଖୋଜି କରିଥିଲେ। ଗାଧୋଉଥିବା ଜାଗା ଠାରୁ ୨୦ ମିଟର ଦୂରରୁ ଦୁର୍ଯ୍ୟୋଧନ ବେହେରାଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ତାଙ୍କ ମୃତ୍ୟୁ ଘଟିସାରିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି।