ମୁଖ୍ୟ ଖବର

ରେଳ ଧାରଣା ଡ୍ରେନରୁ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର, ମୁହଁରେ ମାଟି ପକାଇ ପରିଚୟ ଲୁଚାଇବାକୁ ଉଦ୍ୟମ

By Angul TV Bureau

August 26, 2024

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଦେଇ ଯାଇଥିବା ରେଲୱେ ଓଭର ବ୍ରିଜ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ।ସୂଚନା ମୁତାବକ, ଜରପଡ଼ା ରେଲୱେ ଓଭରବ୍ରିଜ ନିକଟସ୍ଥ ରେଳ ଧାରଣା ନିକଟରେ ଗାଈ ଚରାଳି ମାନେ ଗାଈ ଚରାଉଥିବା ବେଳେ ରେଳ ଧାରଣା ପୋଲ ଡ୍ରେନ ତଳେ ଜଣେ ଯୁବତୀଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପୋଲିସକୁ ଜଣାଇବା ପରେ ଜରପଡା ପୋଲିସ ପହଞ୍ଚି ରେଲୱେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ମୃତ ଦେହ ତିନି-ଚାରି ଦିନ ତଳର ହୋଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିରୁ କେହି ହତ୍ୟା କରି ପୋଲ ତଳେ ରଖିଥିବା ପୋଲିସ ସନ୍ଦେହ କରିଛି। ମହିଳାଙ୍କ ମୁହଁରେ କାଦୁଅ ମାଟି ଘୋଡାଇ ଦିଆଯାଇଥିବାରୁ ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କ ପରିଚୟ ମିଳିପାରିନାହିଁ।