ମୁଖ୍ୟ ଖବର

ଅର୍ଦ୍ଧ ନିର୍ମିତ ଅଙ୍ଗନବାଡିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ଅନ୍ତଃବୁଜୁଳା କାଢ଼ି ଦେଇଛନ୍ତି ନରରାକ୍ଷସ

By Angul TV Bureau

February 22, 2025

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ନନ୍ଦିନୀପାଲୀ ଗ୍ରାମସ୍ଥିତ ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ଗୃହରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ନଗ୍ନ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ହେଲେ ଗାଁର ରମ୍ଭା ନାୟକ। ତେବେ ଗଣଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଖବର ପାଇ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲକୁ ପଠାଇଛି। ତେବେ ହତ୍ୟାକାରୀ ଉକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ପରେ ଅନ୍ତଃବୁଜୁଳା ବାହାର କରିଦେଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ରମ୍ଭା ନାୟକଙ୍କୁ ଗ୍ରାମର ଦୁଇ ଯୁବକ ଅଜୁ ନାଏକ ଓ ଗଉ ମହାକୁଳ ଗୁରୁବାର ସନ୍ଧ୍ୟାରେ ଘରୁ ଡାକି ନେଇଥିଲେ। ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରମ୍ଭା ଘରକୁ ଫେରି ନଥିଲେ। ସକାଳେ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ହେଲେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ମୃତ ଦେହ ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ଗୃହ ଭିତରୁ ଠାବ କରାଯାଇଥିଲା। ମୃତଦେହ ଦେଖିବା ଲୋକେ ପାଳଲହଡ଼ା ପୋଲିସକୁ ସୂଚନା ଦିଆଯାଇଥିଲା। ଖବର ପାଇ ପାଳଲହଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଗଉ ମହାକୁଳକୁ ଅଟକ ରଖି ପଚରାଉଚୁରା କରୁଛି।