ଘଟଣା ଓ ଦୁର୍ଘଟଣା

କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

By Angul TV Bureau

July 22, 2023

ଅନୁଗୁଳ: ତାଳଚେର ଚାଳିଆକୁତା ଦେଇ ଯାଇଥିବା କେନାଲରୁ ଆଜି ଭାସମାନ ଅବସ୍ଥାର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ତାଳଚେର ପୌରାଞ୍ଚଳ ୧୧ନଂ ୱାର୍ଡ ଚାଳିଆକୁତାର ୨୪ ବର୍ଷୀୟ ରାଜେଶ ନାଏକ ବୋଲି ଜଣାପଡିଛି। ସ୍ଥାନୀୟ ଲୋକେ ମୃତ ଦେହ ଭାସୁଥିବା ଦେଖି ପୋଲିସକୁ ଅବଗତ କରାଇଥିଲେ। ଖବର ପାଇ ତାଳଚେର ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ କେନାଲରୁ ଉଦ୍ଧାର କରିଥିଲେ। ରାଜେଶଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।