ମୁଖ୍ୟ ଖବର

ରାସ୍ତା କଡ଼ରୁ ଯୁବକଙ୍କ ମୃତ ଦେହ ଠାବ: କଟାଯାଇଛି ପାପୁଲି, ଦେହ ସାରା କଟା ଚିହ୍ନ

By Angul TV Bureau

September 16, 2023

ଅନୁଗୁଳ: ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ଛେଳିଆପଡ଼ା ନିକଟ ରାସ୍ତା କଡ଼ରୁ ଆଜି ଏକ ମୃତଦେହ ଉଦ୍ଧାର କରିଛି ପୋଲିସ। ଯୁବକଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ମୃତକଙ୍କ ପରିବାର ଲୋକ ସନ୍ଦେହ କରୁଛନ୍ତି। ମୃତ ବ୍ୟକ୍ତି ହେଲେ ନିକଟସ୍ଥ କାଙ୍ଗୁଲା ଗ୍ରାମ ତିଅର ସାହିର ସଂଗ୍ରାମ ବେହେରା(୧୮)।

ସୂଚନା ମୁତାବକ, ସଂଗ୍ରାମ ଶୁକ୍ରବାର ରାତି ୧୧ ଟାରେ ଘରୁ କୌଣସି କାମ ପାଇଁ ବାହାରକୁ ଯାଇଥିଲେ। କିନ୍ତୁ ଆଜି ସକାଳୁ ଛେଳିଆପଡ଼ାରୁ ତାଙ୍କ ମୃତ ଶରୀର ଠାବ ହୋଇଛି।ତାଙ୍କ ହାତ ପାପୁଲି ତଳୁ କଟି ଯାଇଛି। ଏଥିସହ ନାକ ପାଟି ଓ ମୁଣ୍ଡ ପଛ ପାଖରୁ ରକ୍ତସ୍ରାବ ହୋଇଛି। ତାଙ୍କ ଶରୀର ସାରା ଦାଗ ଚିହ୍ନ ଥିବା ଦେଖିବାକୁ ମିଳିଛି। ମୃତକଙ୍କ ପ୍ୟାଣ୍ଟ ପକେଟରୁ ଏକ ମଦ ବୋତଲ ମଧ୍ୟ ବାହାରିଛି। ସାଇଣ୍ଟିଫିକ୍ ଅଫିସର ମନୋଜ କୁମାର ମାଝୀଙ୍କ ନେତୃତ୍ବରେ ଏକ ସାଇଣ୍ଟିଫିକ୍ ଟିମ୍ ଏବଂ ଅନୁଗୁଳ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ଅନୁଗୁଳ -ଆଠଗଡ଼ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।