ଘଟଣା ଓ ଦୁର୍ଘଟଣା

ଶାନ୍ତିପୁର ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

By Angul TV Bureau

October 28, 2022

ଆଠମଲ୍ଲିକ : ଆଠମଲ୍ଲିକ ବନଖଣ୍ଡ ଅଧୀନସ୍ଥ ବାମୁର ବନାଞ୍ଚଳ ବାସୁଦେବପୁର ପଞ୍ଚାୟତ ଶାନ୍ତିପୁର ଜଙ୍ଗଲରୁ ଶୁକ୍ରବାର ବନ ବିଭାଗ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରିଛି l ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନଥିବା ଜଣାଯାଇଛି l ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ଓ ରିପୋର୍ଟ ଆସିଲେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନଖଣ୍ଡ ଅଧିକାରୀ ଏସ୍. ଆନନ୍ଦ କହିଛନ୍ତି l

ସୂଚନାଯୋଗ୍ୟ ଯେ ପୂର୍ବରୁ ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳ ଖେସରା ଜଙ୍ଗଲରୁ ଗତ ୧୫ ତାରିଖରେ ଏକ ୩୦ ବର୍ଷର ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ହାତୀ ମୃତ୍ୟୁର କାରଣ ଆଜି ଯାଏଁ ବନ ବିଭାଗ ଖୋଜି ପାରିନାହିଁ। ତେବେ ବାରମ୍ବାର ହାତୀ ମୃତ୍ୟୁ ଘଟୁଥିବାରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି।