ଘଟଣା ଓ ଦୁର୍ଘଟଣା

ଗାଁ ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ୨ ଦିନ ହେଲା ଥିଲେ ନିଖୋଜ

By Sanjeeb Biswal

March 06, 2023

ଛେଣ୍ଡିପଦା: ସ୍ଥାନୀୟ ଜରପଡ଼ା ଥାନା କତଡ଼ା ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ନିକଟସ୍ଥ ପୋଖରୀରୁ ଉଦ୍ଧାର ହୋଇଛି। ମୃତକ ଶ୍ରୀକର ବାଘଙ୍କ ପୁଅ ଚିଣ୍ଟୁ ବାଘ (୧୯) ବୋଲି ଜଣାଯାଇଛି।

ସୂଚନା ମୁତାବକ, ଚିଣ୍ଟୁ ଗତ ଶୁକ୍ରବାର ସଂଧ୍ୟାରେ ଶୌଚ ହେବା ପାଇଁ ବାହାରକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ଜାଗାରେ ଖୋଜା ଖୋଜି କରି ନିରାଶ ହୋଇଥିଲେ।

ତେବେ ଆଜି ସକାଳୁ କୁଡା ସାହି ନିକଟରେ ଥିବା ଜାଉଁଳି ନାଳ ପୋଖରୀରେ ଚିଣ୍ଟୁଙ୍କ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖି ପରିବାରକୁ ଖବର ଦେଇଥିଲେ। ଖବର ପାଇ ଜରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।