ଘଟଣା ଓ ଦୁର୍ଘଟଣା

ଗାଧୋଇବାକୁ ଯାଇ ୩ ଦିନ ହେଲା ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

By Angul TV Bureau

May 10, 2023

କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ଥାନା ଦଲକ ପଞ୍ଚାୟତ ଦୁର୍ଗାପୁର ଗ୍ରାମର ନଦୀ କୂଳରୁ ଏକ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସିଲିଂ ଗ୍ରାମର କଇରୁ ଦେହୁରୀ (୬୦)। ପୋଲିସ ସୂଚନା ମୁତାବକ, ଗତ ରବିବାର କଇରୁ ଦେହୁରୀ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ। ଆଜି ଏକ ମୃତ ଦେହ ଉଦ୍ଧାର ଖବର ପାଇ ତାଙ୍କ ସ୍ତ୍ରୀ ସାବିତ୍ରୀ ଦେହୁରୀ ଯାଇ ସ୍ୱାମୀଙ୍କୁ ଚିହ୍ନଟ କରିଥିଲେ। ପରେ କଣିହାଁ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଏନେଇ କଣିହାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ତାଳଚେର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଯାଇଛି। ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।