ମୁଖ୍ୟ ଖବର

ଜସ୍ମିନ ସାହୁଙ୍କ ମୃତ୍ୟୁ ପଛରୁ ପରଦା ହଟିନୀ

By Biswaranjan Pattnaik

May 07, 2024

ଅନୁଗୁଳ: କ୍ରିଏଟିଭ ଟେକ୍ନୋ କଲେଜ୍‌ର ବିସିଏ ଦ୍ଵିତୀୟ ବର୍ଷର ଛାତ୍ରୀ ଜସ୍ମିନ୍‌ ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ପଛରୁ ପରଦା ଏଯାଏଁ ହଟୁନି। ‌ଜସ୍ମିନ୍‌ଙ୍କ ପିତା‌ସନ୍ତୋଷ ସାହୁ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ମୁତାବକ ଛୁଟି ପରେ ଜସ୍ମିନ୍‌ ଗତ ୫ ତାରିଖରେ ହଷ୍ଟେଲକୁ ଆସିଥିଲା। କିନ୍ତୁ କିଛି ସମୟ ପରେ ସେ ଘରକୁ କାନ୍ଦି କାନ୍ଦି ସେ ରହୁଥିବା ଛୋଟ କୋଠରୀରେ ହଷ୍ଟେଲ ୱାର୍ଡନ୍‌ ରହିବାକୁ କର୍ତୃପକ୍ଷ କହୁଥିବା ଜଣାଇ ଥିଲା। ଏହାପରେ କଲେଜ କର୍ତୃପକ୍ଷ କଣ ଏଭଳି କଲେ ତା ପରଦିନ ସକାଳେ ଜସ୍ମିନ୍‌ ଆତ୍ମହତ୍ୟା କରିଥିବା କଥା କୁହାଗଲା । ଜସ୍ମିନ୍‌ ପିତାଙ୍କ ଅଭିଯୋଗ ମୁତାବକ ନିହାତି କିଛି ମାନସିକ ଯନ୍ତ୍ରଣା ସେ ପାଇଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ସେ ଅଭିଯୋଗ କରିଛନ୍ତି। ତେବେ କଲେଜ କର୍ତୃପକ୍ଷ ଦିନଯାକ ଗଣମାଧ୍ୟମକୁ ଲୁଚିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁଠା ମୁଠା ଟଙ୍କା ନେଇ ଶିକ୍ଷା ବେପାର ଚଳାଉଥିବା ଏଇ ବେପାରୀ ମାନେ ଉତ୍ତମ ଶୈଖିକ ପରିବେଶ ଦିଗରେ ଧ୍ୟାନ ଦେଉନାହାନ୍ତି। ପିଲା ବିଶେଷକରି ଝିଅ ପିଲାଙ୍କ ସୁରକ୍ଷା କ୍ଷେତ୍ର ଏହି କଲେଜ ଫେଲ ମାରିଛି। ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅସଲ କଣ ହେଲା ଯେ, ଜସ୍ମିନ୍‌ ଏତେବଡ଼ ପଦକ୍ଷେପ ନେଲେ ତାର ପର୍ଦ୍ଦାଫାଶ କରିବାକୁ ସାଧାରଣରେ ଦାବି ହେଉଛି।