ଘଟଣା ଓ ଦୁର୍ଘଟଣା

ଏନଟିପିସି ଟ୍ରେନ ଧାରଣାରୁ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

By Angul TV Bureau

February 02, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ବିଦ୍ୟୁତ୍ ପ୍ରକଳ୍ପ ପରିସରରେ ଥିବା ଟ୍ରେନ ଧାରଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଣିହାଁ ଥାନା ଦଣ୍ତସିଂହା ଗାଁର ଛବିଳ ପରିଡ଼ା (୪୭)।

ସୂଚନା ମୁତାବକ, ଛବିଳ ସିଏଚପି ସାଇଟରେ ଠିକା ସଂସ୍ଥାରେ କାର୍ଯ୍ୟରତ ଥିଲେ। ସେ ଶନିବାର ରାତିରେ ଡ୍ୟୁଟିକୁ ଆସିଥିଲେ। କିନ୍ତୁ ରବିବାର ସକାଳ ୬ଟା ସମୟରେ ରେଳ ଧାରଣାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା।ଖବର ପାଇ ତାଙ୍କ ପରିବାର ବର୍ଗ ଓ ଗ୍ରାମବାସୀ, ଶ୍ରମିକ ନେତା ଜୟସେନ ମେହେର, ପ୍ରହ୍ଲାଦଚନ୍ଦ୍ର ସାହୁ, କମରେଇ ସରପଞ୍ଚ ସୁବାସିନି ବେହେରା, ପୂର୍ବତନ ସରପଞ୍ଚ ଦୁଃଖବନ୍ଧୁ ଭୂତିଆ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ନିଯୁକ୍ତି ଯୋଗାଇ ଦେବାକୁ ଦାବି କରିଥିଲେ। ଦାବି ପୂରଣ ପ୍ରତିଶ୍ରୁତି ମିଳିବା ପରେ ଏନଟିପିସି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ତାଳଚେର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଛି।