ଘଟଣା ଓ ଦୁର୍ଘଟଣା

ନଦୀ ପଠାରୁ ଗଳିତ ମୃତ ଦେହ ଉଦ୍ଧାର

By Angul TV Bureau

August 01, 2025

ପାଳଲହଡା: ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ପବିତ୍ରପୁର ପଞ୍ଚାୟତ ସନବାଗଦାରୀ ଗାଁ ନଦୀ ପଠାରେ ଏକ ଅଜଣା ଗଳିତ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପ୍ରାଥମିକ ତଦନ୍ତ ଅନୁସାରେ ମୃତଦେହଟି ନଦୀରେ ଆସିଥିବା ବଢି ପାଣିରେ ଭାସି ଆସିଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ଯାଏ ମୃତକଙ୍କ ପରିଚୟ ମିଳିପାରିନାହିଁ । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ ପ୍ରକାଶ କରିଛନ୍ତି।