ଘଟଣା ଓ ଦୁର୍ଘଟଣା

ରେଳ ଧାରଣାରୁ ରେଳ କର୍ମଚାରଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଜବତ

By Sanjeeb Biswal

October 02, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ପୁରୁଣା ରେଳ ଷ୍ଟେସନ ଧାରଣାରୁ ଜଣେ ରେଳ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ରେଳ କର୍ମଚାରୀ ହେଲେ ତାଳଚେରର ବିନୋଦ କୁମାର ଧର(୫୬)।

ସୂଚନା ମୁତାବକ, ବିନୋଦ ଜରପଡ଼ା ରେଳ ଷ୍ଟେସନରେ ୨୦୧୯ ମସିହାରୁ ପଏଣ୍ଟ ମ୍ୟାନ (ଏ) ଭାବେ କାର୍ଯ୍ୟ କରୁଥିଲେ। ରବିବାର ବିଳମ୍ବିତ ରାତିରେ ଜରପଡ଼ାର ପୁରୁଣା ରେଳ ଷ୍ଟେସନ ଧାରଣାରେ ବିନୋଦଙ୍କର ଖଣ୍ଡ ବିଖଣ୍ଡିତ ଶବ ରେଳ ଧାରଣାରେ ପଡିଥିବା ନେଇ ଜରପଡା ଷ୍ଟେସନମାଷ୍ଟର ଖବର ପାଇଥିଲେ। ଏନେଇ ଜରପଡା ରେଳଷ୍ଟେସନ ପକ୍ଷରୁ ଜିଆରପି ପୋଲିସକୁ ଖବର ଦେଇଥିଲେ। ଆଜି ସକାଳେ ଜିଆରପି ପୋଲିସ ଜରପଡା ଷ୍ଟେସନରେ ପହଞ୍ଚି ଶବକୁ ଜବତ କରିଛି। ବିନୋଦଙ୍କର ବିଳମ୍ବିତ ରାତିରେ ଅନୁଗୁଳରୁ ସମ୍ବଲପୁର ଯାଉଥିବା ଏକ ମାଲବାହୀ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ଜରପଡା ଷ୍ଟେସନ ପକ୍ଷରୁ କୁହାଯାଇଛି। ବିନୋଦଙ୍କ ମୃତ୍ୟୁର କାରଣ ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୋଲିସ ତଦନ୍ତ ଚଳାଇଛି।