ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡିଆ ଥାନା ଅଧୀନ ସରପାଳ ଗାଁରେ ଘର ଜାଗା ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ନରେଶ ନାଏକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଘଟଣା ଅନୁସାରେ, ଗୁଦୁରା ନାଏକଙ୍କୁ ଇନ୍ଦିରା ଆବାସ ଯୋଜନାରେ ଏକ ଘର ମିଳିଥିବା ବେଳେ ସେ ପଡ଼ୋଶୀ ନରେଶ ନାଏକଙ୍କୁ ଜାଗା ଛାଡ଼ିବାକୁ କହିଥିଲେ। ଏହାକୁ ନେଇ ବଚସା ସମୟରେ ନରେଶ ଗୁଦୁରାଙ୍କ ପୁଅ ଗୋବିନ୍ଦ ନାଏକଙ୍କ ମୁଣ୍ଡକୁ କୋଦାଳରେ ଆକ୍ରମଣ କରିଥିଲେ। ଗୁରୁତର ଆହତ ଗୋବିନ୍ଦଙ୍କୁ ପ୍ରଥମେ ଛେଣ୍ଡିପଦା, ଅନୁଗୁଳ ଓ ପରେ କଟକ ଚିକିତ୍ସାଳୟକୁ ନିଆଯାଇଛି। ଗୁଦୁରାଙ୍କ ଅଭିଯୋଗ ଭିତ୍ତିରେ ବାଗଡିଆ ଥାନା ପୋଲିସ ଏକ ମାମଲା (କେସ ନଂ ୨୦୨/୨୫) ରୁଜୁ କରି ନରେଶକୁ ଗିରଫ କରିଛି।