ଘଟଣା ଓ ଦୁର୍ଘଟଣା

ଯାତ୍ରା ଦେଖି ଫେରିବା ବେଳେ ଜଗିଥିଲା ଯମ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

By Angul TV Bureau

April 14, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗାଁ ହିଙ୍ଗୁଳା ଯାତ୍ରା ପାଇଁ ଉତ୍ସବମୁଖର ହୋଇଥିବା ବେଳେ ଏକ ଅଭାବନୀୟ ଘଟଣାରେ ଶୋକାକୁଳ ପରିବେଶ ହୋଇଛି। ମୃତକ ହେଲେ ଗାଁର ବଂଶୀଧର ନାଏକ (୭୫)।

ସୂଚନା ମୁତାବକ, ବଂଶୀଧର ଅପେରା ଯାତ୍ରା ଦେଖି ଫେରିଲା ବେଳେ ଅସାବଧାନତାବଶତଃ ଏକ ଖୋଲା କୂଅରେ ପଡ଼ିଯାଇଥିଲେ। ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ପରେ ବଂଶୀଧର କୂଅରେ ପଡ଼ିଥିବା ସନ୍ଧାନ ମିଳିଥିଲା। କୂଅରୁ ଶବ ଉଦ୍ଧାର କରି ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରିବାର ଲୋକେ ଗାଁ ଶ୍ମଶାନ ଶେଷ କୃତ୍ୟ କରିଛନ୍ତି। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।