ଅନୁଗୁଳ: ଆଜି ଦିନ ଦି ପହରେ ଜଣେ ମାଛ ବ୍ୟବସାୟୀର ଅଂଶୁ ଘାତରେ ମୃତ୍ୟୁ ଘଟିଛି।ରାଜକିଶୋର ପଡ଼ାର ମାଛ ବ୍ୟବସାୟୀ ମଳୟ ବେହେରା (୩୬) ବୁଲି ବୁଲି ମାଛ ବିକନ୍ତି। ଆଜି ମାଛ ବିକି ନିଜ ଘରକୁ ଦିନ ପ୍ରାୟ ଗୋଟାଏ ବେଳେ ଘରକୁ ଫେରିଥିଲେ।ଏହାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଅନୁଗୁଳ ଡାକ୍ତରଖାନା ନିଆ ଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଶବ ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ କରିଛି।