ଅନ୍ୟାନ୍ୟ

ଅବସରପ୍ରାପ୍ତ ଯବାନଙ୍କ ପରଲୋକ

By Biswaranjan Pattnaik

May 23, 2026

ଅନୁଗୁଳ: ଏଡିଭି ର ସଦସ୍ୟ ତଥା ସ୍ଥଳ ସେନାର ଅବସରପ୍ରାପ୍ତ ଯବାନ ବିଜୟ କୁମାର ସାହୁଙ୍କ କୁଇଓ ଜାମୁନାଳି ସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁ ଖବର ପାଇ ଏଡିଭି ସଭାପତି ଅନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ କୋଡ଼ିଏ ଜଣିଆ ସଦସ୍ୟ ଗାଁରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଜଣେ ଶାନ୍ତ ସରଳ ମେଳାପୀ ବ୍ୟକ୍ତି ଭାବେ ବିଜୟ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ।