ଅନ୍ୟାନ୍ୟ

ଓଡ଼ିଆ ସିନେ ଜଗତକୁ ଆଉ ଏକ ଝଟକା, ସଂଳାପ ଲେଖକ ରଞ୍ଜିତ ପଟ୍ଟନାୟକଙ୍କ ପରଲୋକ

By Biswaranjan Pattnaik

August 10, 2022

ଅନୁଗୁଳ : ଓଡ଼ିଶାର ସୁନାମଧନ୍ୟ ଚଳଚ୍ଚିତ୍ର, ଥିଏଟର ସଂଳାପ ଲେଖକ ରଞ୍ଜିତ ପଟ୍ଟନାୟକଙ୍କ ଆଜି କଟକ ସିଡିଏ ସ୍ଥିତ ବାସଭବନରେ ପରଲୋକ ହୋଇଛି। ୬୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ଚଳଚ୍ଚିତ୍ର, ନାଟକ ସହ ଜଡିତ ବହୁ କଳାକାର ବାସ ଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏ ଅବସରରେ ଅନୁଗୁଳର ସିନେ ତାରକା ଅଶୋକ ଦାସ ଶୋକ ବ୍ୟକ୍ତ କରିବା ଓ ନାଟ୍ୟମ ସହ ତାଙ୍କର ସ୍ମୃତି ରୋମନ୍ଥନ କରିଥିଲେ। ତାଙ୍କ ସହ କାମ କରିବା ସୌଭାଗ୍ୟର କଥା ବୋଲି ସେ କହିଛନ୍ତି। ତାଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ବଡ଼ କ୍ଷତି ହେଲା ବୋଲି ଶ୍ରୀ ଦାସ କହିଛନ୍ତି। ସୂଚନାଯୋଗ୍ୟ ଯେ ସ୍ବର୍ଗତ ରଞ୍ଜିତ ଗୋଇଠା ବାବା, ଗାଁ ଆଦି ନାଟକ ଲେଖିଛନ୍ତି।