ଅନ୍ୟାନ୍ୟ

ଅବସରପ୍ରାପ୍ତ ଜିଲ୍ଳା ଶିକ୍ଷା ନିରୀକ୍ଷକଙ୍କ ପରଲୋକ

By Biswaranjan Pattnaik

September 16, 2022

ଅନୁଗୁଳ: ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ନିରୀକ୍ଷକ ବୃନ୍ଦାବନ ସାହୁଙ୍କ ଶିକ୍ଷକପଡ଼ା ସ୍ଥିତ ବାସ ଭବନରେ ଆଜି ସନ୍ଧ୍ୟାରେ ପରଲୋକ ଘଟିଛି।

ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ଓ ଯୁବରାଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ଜଣେ ଛାତ୍ର ବତ୍ସଳ ଶିକ୍ଷକ, ଅମାୟିକ ଓ ସରଳ ବ୍ୟକ୍ତି ଭାବେ ତାଙ୍କର ସୁନାମ ଥିଲା। ମୃତ୍ୟୁ ବେଳକୁ ତାଙ୍କର ଏକମାତ୍ରପୁଅ, ବୋହୁ,ତିନି ଝିଅଜ୍ୱାଇଁ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।