ଘଟଣା ଓ ଦୁର୍ଘଟଣା

ଟିଏଫ୍ଏଲର ଘରୋଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ଅଚାନକ ମୃତ୍ୟୁ, କାରଣ ଅସ୍ପଷ୍ଟ

By Angul TV Bureau

June 13, 2023

ଅନୁଗୁଳ: ତାଳଚେର ସ୍ଥିତ ଟିଏଫ୍ଏଲରେ ଯେଡିସିଏଲ୍ ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କିଶୋର ନଗର ବ୍ଲକ ଅନ୍ତର୍ଗତ କଟରଙ୍ଗା ଗ୍ରାମର ହେମନ୍ତ ବେହେରା (୫୬) ଯେଡିସିଏଲ୍ ନାମକ ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିଲେ।

ସୂଚନା ମୁତାବକ, କୁକୁଡ଼ାଙ୍ଗା ପଞ୍ଚାୟତ ଅନ୍ତର୍ଗତ ଟେଣ୍ଟୋଇ ଗ୍ରାମ ପାଖରେ ଥିବା କମ୍ପାନୀର ଏକ ଭଡ଼ାଘରେ ହେମନ୍ତ ବେହେରା ଦୀର୍ଘ ଏକ ବର୍ଷ ହେବ ରହି ଆସୁଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ପରିବାର ଲୋକେ ଓ ବଅଁରପାଳ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପଟେ ହେମନ୍ତଙ୍କ ମୃତ୍ୟୁ ପରେ ପରିବାର ବେସାହାରା ହୋଇଯାଇଥିବାରୁ କ୍ଷତିପୂରଣ ଦାବି କରିଛନ୍ତି।