ଘଟଣା ଓ ଦୁର୍ଘଟଣା

କଲ୍ କରି କୋଇଲା ଡିପୋ କର୍ମଚାରୀଙ୍କୁ ହତ୍ୟା ଧମକ, ଥାନାରେ ମାମଲା

By Angul TV Bureau

July 24, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳରେ ଥିବା କୋଇଲା ଡିପୋରେ କାମ କରୁଥିବା ତାପସ କୁମାର ରାଉତଙ୍କୁ ବାରମ୍ବାର କଲ୍ କରି କେହି ହତ୍ୟା ଧମକ ଦେଉଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ହଣ୍ଡପା ପୋଲିସ ୨୫୮/୨୫ ରେ ଏକ ମାମଲା ରୁଜୁ କରିଛି।

ପୋଲିସ ସୂଚନା ମୁତାବକ ହଣ୍ଡପା କୋଇଲା ଡିପୋରେ ତାପସ କାମ କରୁଥିବା ବେଳେ ବଂଶୀଧର ନାମକ ଜଣେ ବ୍ୟକ୍ତି ତାଙ୍କୁ ଫୋନ ମଧ୍ୟମରେ ଗାଳି ଗୁଲଜ କରୁଛନ୍ତି। ଉକ୍ତ ବ୍ୟକ୍ତି ତାଙ୍କୁ ଏଠାରୁ ପଳାଇବା ପାଇଁ ଧମକ ଦେଉଛନ୍ତି। କଥା ନ ମାନି ଏଠାରେ ରହିଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିବା ନେଇ ତାପସ ଅଭିଯୋଗ କରିଛନ୍ତି।