ଘଟଣା ଓ ଦୁର୍ଘଟଣା

ପରଙ୍ଗ ପଞ୍ଚାୟତର ସମିତି ସଭ୍ୟାଙ୍କୁ ହତ୍ୟା ଧମକ, ଥାନାରେ ମାମଲା ରୁଜୁ

By Sanjeeb Biswal

August 24, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଗ୍ରାମ ପଞ୍ଚାୟତର ସମିତିସଭ୍ୟାଙ୍କୁ ଜୀବନରୁ ମାରିଦେବାକୁ ଧମକ ଓ ଅସଭ୍ୟ ଭାଷାରେ ଗାଳି ଗୁଲଜ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ସମିତି ସଭ୍ୟା ସୁଜାତା ରାଣୀ ନାଏକ ତାଙ୍କ ମା’ଙ୍କ ସହିତ ଘର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଉଥିଲେ.। ସେଠାରେ ପୂର୍ବରୁ ଥିବା ସେହି ଗ୍ରାମର ପୁଷ୍ପାଞ୍ଜଳି ନାଏକ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହିତ ତଣ୍ଟି କାଟି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

ଏଥିସହ ଗାଁର ଯଶୋବନ୍ତୀ ନାଏକ ତାଙ୍କୁ ୬ ଦିନ ହେବ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବା ନେଇ ସମିତି ସଭ୍ୟା ସୁଜାତାରାଣୀ ନାଏକ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ କେସ ନଂ ୧୫୦/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।