ଘଟଣା ଓ ଦୁର୍ଘଟଣା

ଫୋନରେ ବରିଷ୍ଠ ନାଗରିକଙ୍କୁ ହତ୍ୟା ଧମକ

By Biswaranjan Pattnaik

June 15, 2023

ଅନୁଗୁଳ: ବନ୍ତଳା ମଧୁପୁର ଅଞ୍ଚଳର ନିରଞ୍ଜନ ଦେହୁରୀ (୬୫) ଅନୁଗୁଳ ଟାଉନର ମିଶ୍ରପଡ଼ାରେ ସାମୟିକ ପାଇଁ ରହୁଛନ୍ତି। ଗତ ଜୁନ ୧୪ ତାରିଖ ଅପରାହ୍ନ ପ୍ରାୟ ୪:୩୦ ସମୟରେ ଜଣେ ବ୍ୟକ୍ତି ନିରଞ୍ଜନଙ୍କ ମୋବାଇଲକୁ ଫୋନ୍ କରି ତୋ ପୁଅ ଆମକୁ ହଇରାଣ କରୁଛି,ଧମକ ଦେଉଛି, ପମ୍ପାସର୍ ଅଞ୍ଚଳରେ ପଥର ମାରୁଚି ତେଣୁ ଏହାର ବଦଲା ନିଆଯିବ। ତୋତେ ସଫା କରିଦିଆଯିବ।

ଏଥିନେଇ ନିରଞ୍ଜନ ତାଙ୍କ ପୁଅ ମାନସକୁ ପଚାରିବାରୁ ସେ ପମ୍ପାସର ଯାଇନାହିଁ ତେଣୁ ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ। ମାନସ ଏ ସଂକ୍ରାନ୍ତରେ ଖିଣ୍ଡ। ଗାଁର ରୋଜିତ୍ ସାହୁଙ୍କୁ ଫୋନ୍ କରି କାହିଁକି ବାପାଙ୍କୁ ଧମକ ଦଉଚ ବୋଲି ପଚାରିବାରୁ ସେ ମୋ ପୁଅ ମାନସକୁ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବାସହ ମାରିଦେବକୁ ଧମକ ଦେଇଥିଲା। ନିରଞ୍ଜନ ଏଥିନେଇ ଅନୁଗୁଳ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି।