ଘଟଣା ଓ ଦୁର୍ଘଟଣା

ରଜ ଉତ୍ସବ ପାଳନ ବେଳେ ଅଶାନ୍ତି କରୁଥିଲେ, ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା ଧମକ

By Angul TV Bureau

June 20, 2024

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ପାପସରା ଗାଁର ଜଣେ ଯୁବକଙ୍କୁ ସେହି ଗାଁର ଆଉ ଜଣେ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ପାପସରା ଗାଁରେ ରଜ ଉତ୍ସବ ପାଳନ ବେଳେ ସେହି ଗାଁର ବରୁଣ ସାହୁ ଓ ତାଙ୍କ ଭାଇ ଅରୁଣ ସାହୁ ଆସି ଲୋକଙ୍କୁ ଗାଳି ଗୁଳଜ କରିଥିଲେ। ବଂଶୀଧର ବେହେରା ଏହାକୁ ପ୍ରତିବାଦ କରିବାରୁ ଦୁଇ ଭାଇ ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଛନ୍ତି।

ଏ ନେଇ ଥିବା ବୁଧବାର ଦିନ ବଂଶୀଧର ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ୨୦୨/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।