ମୁଖ୍ୟ ଖବର

ମୋଦିଙ୍କ ଯୋଜନାରେ ଉପକୃତ ହୋଇଥିବା ଲାଭାର୍ଥୀ ସମାବେଶରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ, କେନ୍ଦ୍ର ସରକାରଙ୍କୁ କଲେ ପ୍ରଶଂସା

By Angul TV Bureau

December 23, 2022

ଅନୁଗୁଳ : ବିଜେପି ମହିଳା ମୋର୍ଚ୍ଚାର ପ୍ରବାସ ଯୋଜନାରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ ଆଜି ଦ୍ୱିତୀୟ ଦିନରେ ଅନୁଗୁଳ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତାଙ୍କ ସହ ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ଏ ଅବସରରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଟେଣ୍ଟଇ ଗାଁରେ ମୋଦିଙ୍କ ଯୋଜନାରେ ଉପକୃତ ହୋଇଥିବା ଲାଭାର୍ଥୀ ସମାବେଶରେ ଶ୍ରୀମତୀ ରାୱତ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବିଶେଷ ଭାବେ ମହିଳା ଏବଂ ଗରିବଙ୍କ ପାଇଁ ସମର୍ପିତ ବୋଲି ପ୍ରକାଶ କରିଥିଲେ। ମୋଦି ସରକାରଙ୍କ ସମସ୍ତ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ସୌଭାଗ୍ୟ ଯୋଜନାରେ ବିଜୁଳି, ସୁକନ୍ୟା ଯୋଜନା, ବେଟି ପଢ଼ାଓ ବେଟି ବଚାଓ ଯୋଜନାରେ ମହିଳା ଏବଂ ଗରିବ ଲୋକ ଉପକୃତ ହେଉଛନ୍ତି ବୋଲି କହିଥିଲେ। ବିଜେପି ଜିଲ୍ଲା ଉପସଭାପତି ଅମୀୟ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସମାବେଶରେ ଜିଲ୍ଲା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ଦିଲ୍ଲୀପ ପ୍ରଧାନଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।