ମୁଖ୍ୟ ଖବର

୭ ବର୍ଷ ହେଲାଣି ସରୁନି ଜାତୀୟ ରାଜପଥ କାମ! ଲୋକ ହନ୍ତସନ୍ତ, ଆନ୍ଦୋଳନ ପାଇଁ ଚେତାବନୀ

By Angul TV Bureau

August 04, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ଜାତୀୟ ରାଜପଥର ସର୍ଭିସ ରାସ୍ତା କାମ ଆଜି ଯାଏଁ ସରୁନି। ରାସ୍ତା କୁ ଠିକା ସଂସ୍ଥା ଖୋଳି ଦେଇଥିବାରୁ ସ୍ଥାନୀୟ ଲୋକେ ଗମନାଗମନ ପାଇଁ ଭାରି ହଇରାଣ ହେଉଛନ୍ତି। ରାସ୍ତା ମରାମତି ନେଇ ଆଗକୁ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ଗ୍ରାମବାସୀଙ୍କ କହିବାନୁଯାୟୀ ବଇଣ୍ଡା ଅଞ୍ଚଳରେ ଜାତୀୟ ରାଜପଥର ୪ ଲେନ ରାସ୍ତା ନିର୍ମାଣ ପାଇଁ ୨୦୧୮ ମସିହାରେ ଉଚ୍ଛେଦ କରାଯାଇଥିଲା। ଇତି ମଧ୍ୟରେ ୭ ବର୍ଷ ବିତି ଯାଇଥିଲେ ମଧ୍ୟ୍ୟ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇ ପାରୁ ନାହିଁ। ବିଶେଷ କରି ବଇଣ୍ଡାରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ବିଳମ୍ବ ହୋଇଥିବା ଯୋଗୁଁ ଉଭୟ ଦୁଇ ପାର୍ଶ୍ଵର ସର୍ଭିସ ରାସ୍ତା ନିର୍ମାଣ ହୋଇ ପାରୁ ନାହିଁ। ଗୋଟିଏ ପାର୍ଶ୍ଵକୁ ଠିକା ସଂସ୍ଥା ପକ୍ଷରୁ ମେ ଶେଷ ସପ୍ତାହରେ ଖୋଳି ଦିଆ ଯାଇଥିଲା। ହେଲେ ୨ ମାସ ବିତିଥିଲେ ମଧ୍ୟ ଠିକା ସଂସ୍ଥା ପକ୍ଷରୁ କୌଣସି କାମ କରାଯାଇପାରୁନାହିଁ। ଫଳରେ ରାସ୍ତାରେ ଗାଡି ଯାତାୟାତ କରି ପାରୁ ନାହିଁ ଓ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ତୁରନ୍ତ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସାରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।