ଘଟଣା ଓ ଦୁର୍ଘଟଣା

ଅର୍ଥ ହେରଫେର ଅଭିଯୋଗରେ ଡେଲିଭରି ବଏ ଗିରଫ

By Swagatika Samantray

December 20, 2022

ଅନୁଗୁଳ: ଅନୁଗୁଳ ସହରର ଅମଲାପଡ଼ାରେ ଥିବା ବ୍ଲ୍ୟୁଡାର୍ଟ ଏକ୍ସପ୍ରେସ୍ କୋରିୟରର ଡେଲିଭରି ବଏ ଅର୍ଥ ଆତ୍ମସାତ କରିବା ଅଭିଯୋଗରେ ମଙ୍ଗଳବାର ଗିରଫ ହୋଇଛନ୍ତି।

ସୂଚନା ଯେ, ପ୍ରଭଞ୍ଜନ ସାହୁ(୩୧) ନାମକ ଜଣେ ଡେଲିଭରି ଏଜେଣ୍ଟ କୋରିୟରରେ ଅସୁଥିବା ଜିନିଷକୁ ଗ୍ରାହକ ମାନଙ୍କୁ ଦେଇ ସେମାନଙ୍କଠାରୁ ଅର୍ଥ ଆଣି ସଂସ୍ଥାରେ ୩୧ ହଜାର ୮୫୩ ଟଙ୍କା ପୈଠ କରିନଥିଲେ। ଏଥି ପୂର୍ବରୁ ଅକ୍ଟୋବର ମାସରେ ମଧ୍ୟ ୪୬ ହଜାର ୧୭୪ ଟଙ୍କା କାର୍ଯ୍ୟାଳୟରେ ଫଇଠ କରିନଥିଲେ। ସଂସ୍ଥାର ଅର୍ଥ ହେରେଫେର କରିଥିବା ନେଇ ପରିଚାଳକ ହେମନ୍ତ କୁମାର ବଳ ସୋମବାର ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ପ୍ରଭଞ୍ଜନଙ୍କୁ ମଙ୍ଗଳବାର ଗରଫକରି କୋର୍ଟ ଚାଲାଣ କରିଛି।