ମୁଖ୍ୟ ଖବର

ଜରପଡ଼ାକୁ ବ୍ଲକ୍ ମାନ୍ୟତା ଦାବି, ସମର୍ଥନ ଦେଲେ ୨୧ ପଞ୍ଚାୟତବାସୀ

By Angul TV Bureau

January 18, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଜରପଡାକୁ ନୂତନ ବ୍ଲକ୍ ମାନ୍ୟତା ଦାବି ପୁଣି ଜୋର ଧରିଛି। ଏ ଅବସରରେ ଶୁକ୍ରବାର ଜରପଡା ଆଞ୍ଚଳିକ ବିକାଶ ପରିଷଦ ଆହ୍ୱାନ କ୍ରମେ ସ୍ଥାନୀୟ ବାବା ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏକ ସର୍ବ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ସୁଶାନ୍ତ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସମେତ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିବା ସାଙ୍ଗକୁ ଦାବି ପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଛେଣ୍ଡିପଦା ବ୍ଲକର କୁଷକିଳା, ବାଲି ପଟ୍ଟା, କୋରଡ଼ା, ଜରପଡା, ଦୁର୍ଗାପୁର, ଜେରେଙ୍ଗ, କତାଡା, ପରା, ଓଗି, ତୁକୁଡା, ବଅଁରପାଳ ବ୍ଲକର କାଞ୍ଜରା, ବଡ଼ ହିଂସର, ଜରଡା, ସାନ୍ତରାପୁର୍, ତୁବେ, ସାନ ଜେରେଜାଙ୍ଗ, ବଡ଼ କେରେଜାଙ୍ଗ ଓ ଅନୁଗୁଳ ବ୍ଲକର ଟାଇଁଶି, ଅନ୍ତୁଳିଆ, କୁଠ ଭୂଇଁ ଆଦି ୨୧ ପଞ୍ଚାୟତକୁ ନେଇ ବ୍ଲକ୍ ଗଠନ ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଏକ କ୍ରିୟାନୁଷ୍ଠାନ କମିଟି ମଧ୍ୟ ଗଠନ କରାଯାଇଛି। ସର୍ବସମ୍ମତି କ୍ରମେ ସଭାପତି ଭାବେ ସୁଦୀପ୍ ଗଡନାୟକ, କାର୍ଯ୍ୟକାରୀ ସଭାପତି ନାରାୟଣ ସାହୁ, ସମ୍ପାଦକ ଆଇନଜୀବୀ ନୀଳକଣ୍ଠ ସାହୁ, ସହ ସମ୍ପାଦକ ଡମ୍ବରୁଧର ବେହେରା, କୋଷାଧ୍ଯକ୍ଷ ଲିଙ୍ଗରାଜ ପ୍ରଧାନ, ମିଡ଼ିଆ ସଂଯୋଜକ ଲମ୍ବୋଦର ସାହୁ, ଭୋଲେଶ୍ୱର ଗୋଚ୍ଛାୟତ, ଜୟନ୍ତ ପ୍ରଧାନଙ୍କ ସମେତ ପ୍ରତ୍ୟେକ ପଞ୍ଚାୟତର ଦୁଇ ଜଣଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ସୁମିତ୍ରା ସାହୁ, ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରିୟା ପ୍ରଧାନ, ପ୍ରହଲ୍ଲାଦ ପ୍ରଧାନ, ରସାନନ୍ଦ ସାହୁ, କହ୍ନେଇ ସାହୁ, ସୁଜିତ୍ କୁମାର ସାହୁ, ବିନୋଦ ପ୍ରଧାନ, ଲମ୍ବୋଦର ସାହୁ, କୁଶ ବାରିକ୍, ମନୋଜ ସାହୁ, ମନୋଜ ବେହେରା, ଜୀବାନାନନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।