ଅନ୍ୟାନ୍ୟ

ଅନୁଗୁଳ ପୁରୀ ମେମୁ ଚଳାଚଳ ପାଇଁ ଦାବି

By Biswaranjan Pattnaik

October 18, 2021

ଅନୁଗୁଳ: ଅନୁଗୁଳ ପୁରୀ ମେମୁ ଟ୍ରେନ ଚଳାଚଳ ପାଇଁ ରାଣୀଗୋଡା ବରିଷ୍ଠ ନାଗରିକମଞ୍ଚ ପକ୍ଷରୁ ଏକ ଦାବିପତ୍ର ଡିଆରଏମଙ୍କ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଦିଆଯାଇଛି। ଏଥିନେଇ ଏକ ସଭା ରାଣୀଗୋଡା ବଗାଧର ପିଢ ପ୍ରାଙ୍ଗଣରେ ରବିବାର ସକାଳେ ଅନୁଷ୍ଠିତ ହୋଇଥିଲା। ମଂଚର ସଭାପତି ରାଜ କିଶୋର ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମଞ୍ଚରେ ବସନ୍ତ ଦାସ,ରମେଶ ସାହୁ, ଦାମୋଦର ଦାସ, ପୂର୍ଣ ଚନ୍ଦ୍ର ସାମନ୍ତ,ତ୍ରେତାନନ୍ଦ ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ।

କରୋନା ଯୋଗୁଁ ମେମୁ ଟ୍ରେନ ଚଳାଚଳ ବନ୍ଦ ଥିବାରୁ ଏହାର ପୁନଃ ପ୍ରଚଳନ ପାଇଁ ଦାବି କରାଯାଇଥିଲା। ଏହି ଟ୍ରେନଟି ଦୀର୍ଘ ଦିନ ଧରି ନ ଚାଲିବା ହେତୁ ଅନଗୁଳ ରୁ କଟକ,ଭୁବନେଶ୍ୱର,ପୁରୀ କୁ ଯିବାପାଇଁ ଲୋକ ବହୁତ ହଇରାଣ ହେଉଛନ୍ତି।କରୋନା ପ୍ରଭାବ କମିଥିବାରୁ ମେମୁ ଟ୍ରେନ ଚଳାଚଳ ପାଇଁ ମଞ୍ଚ ପକ୍ଷରୁ ଦାବି ହୋଇଛି।