ଅନ୍ୟାନ୍ୟ

କାଞ୍ଜିଆହୁଦା ନିର୍ମାଣ ନେଇ ଦାବି କଲେ ଗୋସୁରକ୍ଷା କର୍ମୀ

By Biswaranjan Pattnaik

December 19, 2020

ଅନୁଗୁଳ: ଅନୁଗୁଳ ପୌରପାଳିକା ଅଞ୍ଚଳରେ କାଞ୍ଜିଆହୁଦା ନଥିବାରୁ ଅନେକ ସମୟରେ ଗାଈଗୋରୁ ଷଣ୍ଢ ଏଣେତେଣେ ବୁଲୁଛନ୍ତି। ଏମାନଙ୍କ ଯୋଗୁଁ ଗାଡ଼ିମଟର ଚଳାଚଳରେ ବାଧା ଉପୁଜିବା ସହ ଦୁର୍ଘଟଣା ମଧ୍ଯ ଘଟୁଛି। କିଛି ସହରବାସୀ କ୍ଷୀର ଦୁହିଁ ସାରିବା ପରେ ରାସ୍ତାକୁ ଗାଈ ଛାଡ଼ି ଦେଉଛନ୍ତି। କ୍ଷୀର ଦୁହିଁବେ, ହେଲେ ଗାଈ ବାନ୍ଧିବେନି। ରାସ୍ତାରେ ମାଳ ମାଳ ଗୋରୁ ପଲ ଯୋଗୁଁ ଅନେକ ସମୟରେ ଛୋଟ, ବଡ଼ ଦୁର୍ଘଟଣା ଘଟୁଛି। ଏଣୁ ସ୍ବେଚ୍ଛାସେବୀ ରୁକେଶ ରୋଶନ ଦାସଙ୍କ ନେତୃତ୍ବରେ ଏକ ଦଳ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଭେଟି ସହର ମଧ୍ୟରେ ଏକ କାଞ୍ଜିଆହୁଦା ନିର୍ମାଣ ପାଇଁ ଦାବି ପ୍ରଦାନ କରିଥିଲେ। ବୁଲା ଗୋରୁଙ୍କୁ କାଞ୍ଜିଆହୁଦାରେ ରଖି ଅମାନିଆ ଗୋରୁ ମାଲିକଙ୍କଠାରୁ ଜରିମାନା ଆଦାୟ କରାଗଲେ ଗୋରୁ ପଦାକୁ ଛାଡ଼ିବାରୁ ନିବୃତ୍ତ ରୁହନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।