ଅନ୍ୟାନ୍ୟ

ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଦାବି: ଅନୁଗୋଳରେ ପ୍ରତିବାଦ ସଭା

By Angul TV Bureau

July 22, 2026

ଅନୁଗୋଳ: ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀଙ୍କ ଦଣ୍ଡ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଏବଂ ଏନ୍.ଟି.ଏ ବାତିଲ ଦାବିରେ ଅନୁଗୋଳ ରାଜାଛକ ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।ଡି.ଏସ୍.ଓ., ଡି.ୱାଇ.ଓ. ଏବଂ ମହିଳା ସାଂସ୍କୃତିକ ସଂଗଠନର ମିଳିତ ଉଦ୍ୟୋଗରେ ଏହି ସଭା ହୋଇଥିଲା। ଏ.ଆଇ.ଏମ୍.ଏସ୍.ଏସ୍. ଜିଲ୍ଲା ସଭାନେତ୍ରୀ ମନ୍ଦୋଦରୀ ରାଉଳ ଏହାକୁ ପରିଚାଳନା କରିଥିଲେ।

ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଏବଂ ଗୁଣ୍ଡାମାନଙ୍କ ଅତ୍ୟାଚାରକୁ ବକ୍ତାମାନେ ଦୃଢ଼ ନିନ୍ଦା କରିବା ସହ ଗିରଫ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଖଲାସ ଦାବି କରିଥିଲେ। ସଭାରେ ଡି.ୱାଇ.ଓ. ରାଜ୍ୟ ସଭାପତି ମାନସ ପାଳ, ପରମାନନ୍ଦ ସାହୁ, ନାରାୟଣ ନାୟକ, ସରୋଜିନି ବେହେରା, କୈଳାସ ସାହୁ, ନିରଞ୍ଜନ ନାୟକ ଏବଂ ହାଇକୋର୍ଟ ଆଡଭୋକେଟ ପ୍ରତାପ ମିଶ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ରକ୍ଷା ପାଇଁ ମିଳିତ ଭାବେ ଗାଣତାନ୍ତ୍ରିକ ଆନ୍ଦୋଳନ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ।