ଅନ୍ୟାନ୍ୟ

ଛାତ୍ର ସଂସଦ ନିର୍ବାଚନ ଦାବି: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

By Angul TV Bureau

September 16, 2023

ଅନୁଗୁଳ: ରାଜ୍ୟରେ ଚଳିତବର୍ଷ ମଧ୍ୟ ଛାତ୍ର ନିର୍ବାଚନ ବନ୍ଦ କରିଛନ୍ତି ସରକାର। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏକାଡେମିକ କ୍ୟାଲେଣ୍ଡରରୁ ଏହା ସ୍ପଷ୍ଟ ହୋଇଛି। ସରକାରଙ୍କ ଏହି ନୀତିକୁ ଅନୁଗୁଳର ଛାତ୍ରଛତ୍ରୀ ନିନ୍ଦା କରିଛନ୍ତି।

ଏହାର ପ୍ରତିବାଦରେ ତଥା ଗଣତାନ୍ତ୍ରିକ ପ୍ରକ୍ରିୟାରେ ପୂର୍ବଭଳି ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ଆଜି ଏ.ଆଇ.ଡି.ଏସ୍. ଓ ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ସଂଗଠନର ସଭାପତି ପରମାନନ୍ଦ ସାହୁଙ୍କ ନେତୃତ୍ବରେ ସମ୍ପାଦକ ନାରାୟଣ ନାୟକ, ସୌମ୍ୟରଞ୍ଜନ ପ୍ରଧାନ, ଅମିଶା ପ୍ରିୟଦର୍ଶନୀ ସାହୁ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଯାଇ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁଗୁଳ ଉପ-ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଛାତ୍ର ନିର୍ବାଚନ କରିବାକୁ ଦାବି କରିବା ସହ ପିଲାଙ୍କୁ ମତ ଦାନ କରିବାକୁ ଅଧିକାର ମିଳୁ ବୋଲି କହିଛନ୍ତି।