ଅନ୍ୟାନ୍ୟ

ଶୌଚାଳୟ ତିଆରି ଦାବି: ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ବଅଁରପାଳ ବ୍ଲକର ମହିଳା

By Angul TV Bureau

July 22, 2025

ଅନୁଗୁଳ: ଘରେ ଘରେ ଶୌଚାଳୟ ଦାବି। ଏଥିପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ତୁଳସୀପାଳ ପଞ୍ଚାୟତ ଲଙ୍ଗୁଳିଆବେଡା ଗାଁ ମହିଳା।

ଅଭିଯୋଗ ମୁତାବକ, ଦୁଇ- ତିନି ବର୍ଷ ହେଲା ଲଙ୍ଗୁଳିଆବେଡା ଗ୍ରାମ ନିକଟରେ ହାତୀ ରହୁଛି। ଏଣୁ ସନ୍ଧ୍ୟା ହେଲେ ତାଟି କବାଟ ପଡୁଛି। ପଦାକୁ ବାହାରିଲେ ଜୀବନ ପ୍ରତି ବିପଦ ରହୁଛି। କିନ୍ତୁ ଶୌଚାଳୟ ନଥିବାରୁ ବାଧ୍ୟ ହୋଇ ବାହାରକୁ ଯାଉଛନ୍ତି ଗ୍ରାମବାସୀ। ଶୌଚାଳୟ ପାଇଁ ଅଭିଯୋଗ କଲେ କୌଣସି ସୁଫଳ ମିଳୁନାହିଁ। ବ୍ଲକ ପକ୍ଷରୁ ଶୌଚାଳୟ ଦିଆଯିବ ନାହିଁ ବୋଲି କହିବାରୁ ମହିଳା ମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।