ମୁଖ୍ୟ ଖବର

ସରକାରୀ ଜମିରୁ ଜବରଦଖଲ ହଟାଇ ସେଥିରେ ରେଳ ଲାଇନ କରିବାକୁ ତହସିଲଦାରଙ୍କୁ ଫେରାଦ ହେଲେ ବାଘମରାବାସୀ

By Angul TV Bureau

June 19, 2024

ତାଳଚେର : ତାଳଚେର ଅଞ୍ଚଳରେ ଏବେ ସରକାରୀ ଜମି କିଛି ଜମି ମାଫିଆ ଓ ଜବରଦଖଲକାରୀଙ୍କ ଅଧୀନରେ ରହିଛି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଘଣ୍ଟପଡ଼ାବାସୀ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୂତାବକ, ନୂତନ ରେଳଲାଇନ ପାଇଁ ଟିଏଫଏଲ କମ୍ପାନୀ ବାଘମରା ଠାରେ ଥିବା ଜମି ଅଧିଗ୍ରହଣ କରିସାରିଛି। କିନ୍ତୁ ଏହି ରେଳଲାଇନ ପାଇଁ ଘଂଟପଡ଼ାକୁ ସଂଯୋଗ କରୁଥିବାରୁ ୫ ଖଣ୍ଡ ଗାଁର ରାସ୍ତା ଏବେ ବିଚ୍ଛିନ୍ନ ହେବାକୁ ବସିଛି।

ଏନେଇ ପଞ୍ଚାୟତବାସୀ କହିଛନ୍ତି, ନିକଟରେ ରହିଥିବା ଏକ ସରକାରୀ ଜମି ଉପରେ ଯଦି ଉକ୍ତ ରେଳଧାରଣା ଯାଏ ତେବେ ପଞ୍ଚାୟତବାସୀଙ୍କର କୌଣସି ଅସୁବିଧା ନହେବା ସହିତ ରାସ୍ତା ମଧ୍ୟ ବିଛିନ୍ନ ହେବ ନାହିଁ। କିନ୍ତୁ ଉକ୍ତ ସରକାରୀ ଜମିକୁ ଜଣେ ଲୋକପ୍ରତିନିଧି ଜବରଦଖଲ କରି ସେଥିରେ କୋଠା କରି ଭଡ଼ା ଦେଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସେମାନେ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।