ମୁଖ୍ୟ ଖବର

୯୨ ଖଣ୍ଡ ରାଜସ୍ଵ ମୌଜାର ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରିବାକୁ ଦାବି: ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିଶାଳ ଗଣ ବିକ୍ଷୋଭ

By Angul TV Bureau

November 15, 2023

ଅନୁଗୁଳ: ଅନୁଗୁଳସ୍ଥିତ ଚାଷୀ ସୁରକ୍ଷା କମିଟି ଆନୁକୂଲ୍ୟରେ ଚକବନ୍ଦୀ କାର୍ଯ୍ୟକ୍ରମକୁ ବିରୋଧ କରି ୯୨ ଖଣ୍ଡ ରାଜସ୍ଵ ମୌଜାର ଦଖଲରେ ନ ଥିବା ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବୈଠକ କରାଯାଇଛି। ଏ ଅବସରରେ ଚକବନ୍ଦୀ ଉଚ୍ଛେଦ ପର୍ଯ୍ୟନ୍ତ ଚକବନ୍ଦୀ ମୌଜାର ଜମି ଖରିଦ୍ ବିକ୍ରି ଓ ଅଧଗ୍ରହଣକୁ ସ୍ଥଗିତ ରଖିବା ପାଇଁ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ଚାଷୀ ଦାବି କରି ଅନୁଗୁଳ ସହର ପରିକ୍ରମା କରିଥିଲେ।

ଆସନ୍ତା କାଲିଠାରୁ ଚକବନ୍ଦୀ ଉଚ୍ଛେଦ ପର୍ଯ୍ୟନ୍ତ ଲଗାତାର ଭାବରେ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବାର ଆହ୍ଵାନ ଦିଆଯାଇଥିଲା। ବିକ୍ଷୋଭ ପରେ କମିଟିର ସଭାପତି ପ୍ରଦୀପ କୁମାର ପ୍ରଧାନଙ୍କ ନେତୃତ୍ଵରେ ସମ୍ପାଦକ ହେମନ୍ତ କୁମାର ଦାସ, ଉପଦେଷ୍ଟା ଅଚ୍ୟୁତାନନ୍ଦ ମିଶ୍ର, କାଳୀଚରଣ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ଦୁର୍ଗାଚରଣ ପ୍ରଧାନ, ସଭ୍ୟ ନବକିଶୋର ପ୍ରଧାନ, ଉପସଭାପତି ଅନନ୍ତ ଚରଣ ପ୍ରଧାନ, ଜିତେନ୍ଦ୍ର ଦେହୁରୀ, ସତ୍ୟାନନ୍ଦ ସାହୁ, ବ୍ରଜବନ୍ଧୁ ସାହୁ, ଭିକାରୀଚରଣ ପ୍ରଧାନ ଓ ଜିଲ୍ଲା ଜନଜୀବନ ସୁରକ୍ଷା କମିଟିର ଅନ୍ୟତମ ଆବାହକ ଅଭିମନ୍ୟୁ ସ୍ଵାଇଁ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।