ମୁଖ୍ୟ ଖବର

ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା ସୁବିଧା ଦେବାକୁ ଦାବି: ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

By Angul TV Bureau

June 12, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ସରକାରୀ ସାର୍ବଜନୀନ ପରିବହନରେ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା ସୁବିଧା ଓ ଘରୋଇ ପରିବହନରେ ଛାତ୍ରଛାତ୍ରୀଙ୍କୁ ୫୦ ପ୍ରତିଶତ ରିହାତି ଦେବାକୁ ଦାବି କରାଯାଇଛି। ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁଙ୍କ ନେତୃତ୍ବରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଶତାଧିକ ଛାତ୍ର ଏକ ଶୋଭାଯାତ୍ରାରେ ବାହାରି କାର୍ଯ୍ୟକ୍ରମ ସମ୍ମୁଖରେ ଗଣଧାରଣା ଦେବା ସହ ରାଜ୍ୟପାଳଙ୍କୁ ଉଦ୍ଦେଶ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ ସୂଚନା ଦେଇଛନ୍ତି।

କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପସଭାପତି ଉମେଶ ଚନ୍ଦ୍ର ସାହୁ, ବରିଷ୍ଠ କଂଗ୍ରେସ ନେତା ବଲବୀର ସିଂ, ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ମାନସ ରଂଜନ ବିଶ୍ୱାଳ, ଛାତ୍ର ନେତା ଦେବାଶିଷ ଦେହୁରୀ, ଚିନ୍ମୟ ସାହୁ, ଦେବାଶିଷ ପ୍ରଧାନ, ଶୁଭମ ସାହୁ, ହିମାଂଶୁ ବେହେରା, ଆଶିଷ ପ୍ରଧାନ, ଦେବବ୍ରତ ସାହୁ, ବିଜୟ ବେହେରା, ସୁଶାନ୍ତ ବେହେରା, ସିଦ୍ଧାନ୍ତ ମୁଦୁଲି, ଶିବାନନ୍ଦ ବେହେରା, ଦୀପକ ବେହେରା, ସମୂର୍ତି ବେହେରା ପ୍ରମୁଖ ବହୁ ଛାତ୍ର ନେତା ଉପସ୍ଥିତ ଥିଲେ।