ଅନ୍ୟାନ୍ୟ

‘ଗୋ’ ହତ୍ୟା ନିଷେଧ ବିଲ କାର୍ଯ୍ୟକାରୀ ନେଇ ଜିଲ୍ଲାପାଳଙ୍କୁ ସ୍ମାରକ

By Biswaranjan Pattnaik

April 17, 2025

ଅନୁଗୁଳ: ଅନୁଗୁଳ ପ୍ରାଣୀ ମଙ୍ଗଳ ଟ୍ରଷ୍ଟ ପକ୍ଷରୁ ରାଜ୍ୟରେ ଗୋ ହତ୍ୟା ନିଷେଧ ବିଲ ଏବଂ ଗୋ ସଂରକ୍ଷଣ ବିଲ-୨୦୨୪ କୁ କାର୍ଯ୍ୟକାରି କରିବା ନେଇ ଆଜି ଏକ ସ୍ମାରକପତ୍ର ଅନୁଗୁଳ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।

ଏହି ବିଲକୁ କାର୍ଯ୍ୟକାରି କରିବା,ରାଜ୍ୟରେ ମହାରାଷ୍ଟ୍ର ଭଳି ଗୋମାତାକୁ ରାଜ୍ୟ ମାତାର ମାନ୍ୟତା ଦିଆଯିବା ଏବଂ ଅନୁଗୁଳରେ ଏକ ଗୋଶାଳା ନିର୍ମାଣ କରିବା ଲକ୍ଷ୍ୟ ନେଇ ଏହି ସ୍ମାରକ ପ୍ରଦାନ କରାଯାଇଥିଲା। ଅଭିଷେକ ଦାସ, ସୋମ ପ୍ରକାଶ ଦାଶ, ମନୋଜ ଅଗ୍ରୱାଲ, ମହେଶ ସାହୁ, ପ୍ରତାପ ମହାପାତ୍ର, ଅନୁପ ସମ୍ବିତ ପଟ୍ଟନାୟକଙ୍କ ସମେତ ପ୍ରାଣୀ ମଙ୍ଗଳ ଟ୍ରଷ୍ଟ ର ସଭାପତି ରୁକେଶ ରୋଷନ୍ ଦାସ ପ୍ରମୁଖ ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାରଙ୍କୁ ଭେଟି ସ୍ମାରକ ପ୍ରଦାନ କରିଥିଲେ।