ମୁଖ୍ୟ ଖବର

ଅନୁଗୁଳକୁ ମଶା ମୁକ୍ତ କରିବାକୁ ଜିଲ୍ଲା କଂଗ୍ରେସ ତରଫରୁ ପୌର ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର

By Biswaranjan Pattnaik

February 08, 2023

ଅନୁଗୁଳ: ଅନୁଗୁଳ ପୌରପାଳିକାରେ ଲାଗି ରହିଥିବା ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ତରଫରୁ ସାଧାରଣ ସମ୍ପାଦକ ତଥା ପୂର୍ବତନ କାଉନସିଲର ବଲବୀର ସିଂଙ୍କ ନେତୃତ୍ବରେ ନଗରପାଳଙ୍କ ଅନୁପସ୍ଥିତିରେ ପୌର ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। କଂଗ୍ରେସ କର୍ମୀଙ୍କ ଅଭିଯୋଗ ଅନୁସାରେ, ସହରରେ ଥିବା ନାଳ ନର୍ଦ୍ଦମାଗୁଡିକର ଠିକ୍ ଭାବରେ ସଫେଇ ହେଉନାହିଁ କି ମଶା ତେଲ ଛିଞ୍ଚନ କରାଯାଉ ନାହି। ଏଥିସହ ପୌରପାଳିକାର ସମସ୍ତ ୱାର୍ଡରେ ନିୟମିତ ଭାବେ ମଶା ଧୂଆଁ ଦିଆଯାଉନାହିଁ। ତେଣୁ ଆଗକୁ ଡେଙ୍ଗୁ ମ୍ୟାଲେରିଆ ବ୍ୟାପିବାର ସମ୍ଭାବନା ବହୁତ ଅଛି। ଏହି ସବୁ ସମସ୍ୟାର ଯଥା ଶୀଘ୍ର ସମାଧାନ କରି ମଶା ନିରାକରଣ କରା ନ ଗଲେ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି। ଏହି ଦାବି ପତ୍ର ପ୍ରଦାନ ବେଳେ ରାଜ୍ୟ କିଷାନ କଂଗ୍ରେସ ଉପସଭାପତି ଉମେଶ ଚନ୍ଦ୍ର ସାହୁ, ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ପ୍ରବୋଧ କୁମାର ସ୍ଵାଇଁ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦିକା ରାକେଶ ମିଶ୍ର, ନଗର ମହିଳା କଂଗ୍ରେସ ସଭାନେତ୍ରୀ କାଶିଦା ଖାନ୍, କାଉନସିଲର ପ୍ରାର୍ଥୀ ତଥା ଯୁବନେତା ଭଗବାନ ମହାନ୍ତି, ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପା, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସାହୁ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଅଭିଷେକ ନାଏକ ଓ ସଂଗ୍ରାମ ବେହେରା ଏବଂ ଛାତ୍ର ନେତା ଦିନେଶ୍ ସାହି, ଅମୀର ଖାନ୍, ଅଶୋକ କୁମାର ନାୟକଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ।