ଅନ୍ୟାନ୍ୟ

ସ୍ଥାୟୀ ନିଯୁକ୍ତି ଦାବି: ଯାନ୍ତ୍ରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

By Angul TV Bureau

December 07, 2022

ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ଯାନ୍ତ୍ରିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଗଠନର ଦାବି ମୁତାବକ, ଗତ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଭିନ୍ନ ଭିନ୍ନ ବିଭାଗର କାର୍ଯ୍ୟ କରୁଥିବା ୫୭ ହଜାର ଠିକା କର୍ମଚାରୀଙ୍କୁ ରେଗୁଲାର କରିଛନ୍ତି। କିନ୍ତୁ ପାନୀୟ ଜଳ ଯୋଗାଣ ଭଳି ଏକ ଅତ୍ୟାବଶ୍ୟକ ତଥା ଜରୁରୀ ସେବା ବିଭାଗରେ ଦୀର୍ଘ ବର୍ଷ ବର୍ଷ ଧରି ସ୍ଥାୟୀ କାର୍ଯ୍ୟ କରି ଆସୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ଏବେ ଯାଏଁ ସ୍ଥାୟୀ କରାଯାଇନାହିଁ। ସ୍ଥାୟୀ ନିଯୁକ୍ତି ପାଇଁ ଯାନ୍ତ୍ରିକ ସଂଗଠନ ପକ୍ଷରୁ ସରକାରଙ୍କୁ ବାରମ୍ବାର ଅଭିଯୋଗ କରାଯାଇଛି।

ସରକାରୀସ୍ତରରେ ସମସ୍ତ ପ୍ରକାରର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଅସ୍ଥାୟୀ କର୍ମଚାରୀମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ପ୍ରଶାନ୍ତ କୁମାର ମହାନ୍ତି, ତଅଁଳୁ ଗଡନାୟକ, ଅନିତା ରାଣାଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।