ଅନୁଗୁଳ: ଅନୁଗୁଳ ଜିଲ୍ଲା କିନ୍ନର ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା କିନ୍ନର ମହାସଂଘର ୨୦୦୦ ହଜାର ସଦସ୍ୟ ଅଛନ୍ତି। କିନ୍ତୁ କୌଣସି ସ୍ଥାୟୀ ଗୋଷ୍ଠୀ କେନ୍ଦ୍ର ନଥିବାରୁ ବୈଠକ କରିବା ପାଇଁ ସେମାନେ ଖୁବ୍ ହଇରାଣ ହେଉଛନ୍ତି। ଜିଲ୍ଲା ମତ୍ସ୍ୟ କେନ୍ଦ୍ର କାର୍ଯ୍ୟାଳୟ ପାର୍ଶ୍ଵ ଭାଗରେ ଏକ ଘର ନିର୍ମାଣ କରି କିନ୍ନର ମାନଙ୍କ କାର୍ଯ୍ୟକ୍ରମ ଓ ବୈଠକ ହୋଇଥାଏ। ସେଠାରୁ ଅନ୍ୟତ୍ର ବସ୍ତି ହଟାଇବା ପାଇଁ ଯୋଜନା କରାଯାଇଥିବା ଖବର ପାଇବା ପରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରି ସ୍ଥାୟୀ ଗୋଷ୍ଠୀ କେନ୍ଦ୍ର ପାଇଁ ଅନୁରୋଧ କରିଛନ୍ତି।