ମୁଖ୍ୟ ଖବର

ଅନୁଗୁଳରେ ଭୁଶୁଡ଼ିଛି ଚିକିତ୍ସା ବ୍ୟବସ୍ଥା: ୧୪ ଜଣଙ୍କ ଜାଗାରେ ଅଛନ୍ତି ମାତ୍ର ଜଣେ ଭେଷଜ ବିଶେଷଜ୍ଞ, ଅଧିକ ଡାକ୍ତର ନିଯୁକ୍ତି ପାଇଁ ଦାବି

By Angul TV Bureau

August 22, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ନିଯୁକ୍ତି ପାଇଁ ଜିଲ୍ଲା ସ୍ବେଚ୍ଛାସେବୀ ସମୂହ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। ବିଗତ ଦିନରେ ତିନିଜଣ ଭେଷଜ ବିଶେଷଜ୍ଞଙ୍କୁ ନିଯୁକ୍ତି ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ ଡାକ୍ତରଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଡାକ୍ତରଙ୍କର ଅନ୍ୟତ୍ର ବଦଳି ହୋଇଛି। ଏଣୁ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମାତ୍ର ଭେଷଜ ବିଶେଷଜ୍ଞ ସମସ୍ତ ମେଡିସିନ ବିଭାଗ ସମ୍ଭାଳୁଛନ୍ତି।

ଅନୁଗୁଳ ଜିଲ୍ଲା ପାଇଁ ୧୪ ଜଣେ ଭେଷଜ ବିଶେଷଜ୍ଞ ନିଯୁକ୍ତି ପାଇଁ ଅନୁମୋଦନ ରହିଥିବା ବେଳେ ଅଛନ୍ତି ମାତ୍ର ଜଣ।ଫଳରେ ରୋଗୀ ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଏଣୁ ଖୁବଶୀଘ୍ର ଡାକ୍ତର ନିଯୁକ୍ତ କରିବା ପ୍ରତି ଜିଲ୍ଲାପାଳ ଗୁରୁତ୍ୱ ଦେବାକୁ ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ, ପ୍ରତାପ ମହାପାତ୍ର, ଅନୁପ କୁମାର ପଟ୍ଟନାୟକ ଓ ଦିବ୍ୟଜ୍ୟୋତି ନାୟକ ପ୍ରମୁଖ ପୂର୍ବାହ୍ନରେ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।