ଅନ୍ୟାନ୍ୟ

ଜାତୀୟ ରାଜପଥରୁ ଗାଁକୁ ରାସ୍ତା ସଂଯୋଗ ଦାବି

By Swagatika Samantray

February 27, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଦେଇ ଯାଉଥିବା ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣପରେ ଉଭୟ ପାର୍ଶ୍ଵରେ ଥିବା ଗାଁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ବିଶେଷକରି ରାସ୍ତାର ଉଭୟ ପାର୍ଶ୍ବରେ ନିର୍ମାଣ ହେଉଥିବା ଡ଼୍ରେନ୍ ଉପରେ ପୋଲ ନିର୍ମାଣ କରି ରାସ୍ତାକୁ ସଂଯୋଗ କରିବା ପାଇଁ ଦାବି ହେଉଛି। ଜିଲ୍ଲାର ବଅଁରପାଳ ବ୍ଲକ୍ ଅନ୍ତର୍ଗତ ନୂଆହତା ଗାଁର ଲୋକମାନେ ସୋମବାର ଜିଲ୍ଲାପାଳଙ୍କ ନିକଟରେ ଲିଖିତଭାବେ ଏହି ଦାବି କରିଛନ୍ତି। ଗ୍ରାମବାସୀ କହିଛନ୍ତି ଯେ,ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ନୂଆ ଡ୍ରେନ୍ କାର୍ଯ୍ୟ କରାଯାଉଛି। ଫଳରେ ଗ୍ରାମବାସୀମାନେ ରାଜରାସ୍ତାକୁ ବାହାରିବା ପାଇଁ, ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିବା ପାଇଁ, ଡାକ୍ତରଖାନାକୁ ରୋଗୀଙ୍କୁ ନେବା ପାଇଁ ଗ୍ରାମବାସୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।