ମୁଖ୍ୟ ଖବର

ସୁରେଶ୍ୱରୀ ଜଳଭଣ୍ଡାର ଦାବିରେ କିଶୋରନଗର ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ

By Angul TV Bureau

September 25, 2025

କିଶୋରନଗର: ଅନୁଗୁଳ ଜିଲ୍ଲାର କୃଷି ବହୁଳ କିଶୋରନଗର ଅଞ୍ଚଳରେ ଚାଷ ଜମି ପାଇଁ ଜଳସେଚନ ସୁବିଧା ଯୋଗାଇବା ଲାଗି ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦାବିରେ ଜୀବନଜୀବିକା କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ ଚାଷୀ ବରପଡ଼ିଆରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବ୍ଲକ ଅଫିସରେ ପହଞ୍ଚି ପ୍ରଦର୍ଶନ କରିଥିଲେ।

କମିଟି ସଭାପତି ପିତାମ୍ବର ପ୍ରଧାନଙ୍କ ନେତୃତ୍ୱରେ ସାଙ୍ଗଠନିକ ସମ୍ପାଦକ ରମଣୀ ରଞ୍ଜନ ପ୍ରଧାନ, ତୀର୍ଥବାସୀ ଭୋଇ, ତରୁଣ ବେହେରା ପ୍ରମୁଖ ବକ୍ତବ୍ୟ ଦେଇ ରାଜ୍ୟ ସରକାରଙ୍କ ଉଦାସୀନତାକୁ ନିନ୍ଦା କରିଥିଲେ। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବାମୁର, ଧଉରାପାଲି, ଜଏରାଟ ସମେତ ୬ଟି ପଞ୍ଚାୟତର ୧୦ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିବ।

ଏ ଅବସରରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିଡ଼ିଓ ଜଳସେଚନ ବିଭାଗୀୟ ଯନ୍ତ୍ରୀ ଓ କମିଟି ମଧ୍ୟରେ ଆଲୋଚନା ବୈଠକ କରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।