ଅନ୍ୟାନ୍ୟ

ମଦ ଭାଟି ଉଚ୍ଛେଦ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ ଟାକରସିଂହା ଗାଁ ଲୋକେ

By Angul TV Bureau

July 12, 2022

ଅନୁଗୁଳ: ସ୍ଥାନୀୟ ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତ ଟାକରସିଂହା ଗାଁରେ ତିଆରି ହେବାକୁ ଥିବା ମଦ ଭାଟିକୁ ବିରୋଧ କରି ସୋମବାର ଗାଁ ଲୋକେ, ସ୍ଥାନୀୟ ସରପଞ୍ଚ ଓ ସ୍ଥାନୀୟ ସମିତି ସଭ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି।

ଗ୍ରାମବାସୀଙ୍କ ସୂଚନା ମୁତାବକ, ଲୋକଙ୍କ ବିରୋଧ ସତ୍ତ୍ୱେ ତାଙ୍କ ଗାଁରେ ମଦ ଭାଟି ତିଆରି କରାଯାଉଛି। ମଦ ଭାଟି ହେଉଥିବା ରାସ୍ତା ଦେଇ ପିଲାମାନେ ସ୍କୁଲକୁ ଯାଉଛନ୍ତି। ଏହି ଅଞ୍ଚଳରେ ମଦ ଭାଟି ହେଲେ ପିଲାଙ୍କ ଉପରେ ଖରାପ ପ୍ରଭାବ ପଡ଼ିବା ସହ ଲୋକେ ମଦ୍ୟପାନ କରିବେ। ଏଣୁ ଜିଲ୍ଲାପାଳଙ୍କୁ ଭେଟି ସେମାନେ ମଦ ଭାଟି ଉଚ୍ଛେଦ କରିବାକୁ ଦାବି କରିଛନ୍ତି।