ମୁଖ୍ୟ ଖବର

ମା’ ବାସନ୍ତୀ ଦୁର୍ଗା ପୂଜା ପଡିଆର ସୁରକ୍ଷା ନେଇ ସାହି ବାସୀ ଦେଲେ ସ୍ମାରକ

By Biswaranjan Pattnaik

August 09, 2023

ଅନୁଗୁଳ: ଆଜି ମା ବାସନ୍ତୀ ଦୁର୍ଗା ପୂଜା କମିଟି, ଅମଲାପଡ଼ା ବାସୀ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ପଡିଆର ସୁରକ୍ଷା ନେଇ ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ଦିଆ ଯାଇଥିଲା। ତାମଡ଼ା ପକ୍ଷରୁ ସେଭ୍ ଦି ଲ୍ୟାଣ୍ଡ ଯୋଜନାରେ ଏହି ପଡିଆକୁ ସୁରକ୍ଷିତ ରଖା ଯିବା ପରେ ଏହା ଅନୁଗୁଳ ବାସୀଙ୍କ ବିଭିନ୍ନ କାମରେ ଆସୁଥିଲା। ମା ବାସନ୍ତୀ ଦୁର୍ଗାପୂଜା,ହନୁମାନ ଚାଳିଶା, କରାଟେ, ଯୁଡୋ , ଭଲି ବଲ,କ୍ରିକେଟ ଆଦି ଖେଳ ଏଠାରେ ଅନୁଷ୍ଠିତ ହୁଏ। ସାହି ବାସୀଙ୍କ ନାଚ ତାମସା ମଧ୍ୟ ଏଠାରେ ଅନୁଷ୍ଠିତ ହୁଏ।ଦଶହରା ଲକ୍ଷ୍ମୀପୂଜା ସମୟରେ ଏହି ପଡିଆକୁ ପାର୍କିଂ ସ୍ଥାନ ରୂପେ ଏହାକୁ ବ୍ୟବହାର କରାଯାଏ।

କିନ୍ତୁ ଇତି ମଧ୍ୟରେ ସରକାର ଏହି ପଡ଼ିଆରେ ଏକ ହଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହାଦ୍ବାରା ପଡ଼ିଆଟି ସଙ୍କୁଚିତ ହେବା ସହ ପଡିଆଟି ଆଉ ଖେଳ ଉପଯୋଗୀ ହୋଇ ପାରିବ ନାହିଁ ନାହିଁ ବୋଲି ସାହି ବାସୀ ଅଭିଯୋଗ କରିଛନ୍ତି।ଏଣୁ ଆଜି ଶତାଧିକ ସାହି ବାସୀ ,ଖେଳାଳୀ,ସାମାଜିକ କାର୍ଯ୍ୟକର୍ତ୍ତା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ପଡ଼ିଆରେ କୌଣସି ମଣ୍ଡପ ନ କରିବାକୁ ନିବେଦନ କରିଛନ୍ତି।ପୂର୍ବତନ ତମଡା ଅଧ୍ୟକ୍ଷ ଶକ୍ତି ପଟ୍ଟନାୟକ, ଆଡଭୋକେଟ୍‌ ପ୍ରଦୀପ ଦେବତା,ପ୍ରତାପ ମାଝୀ,ପିଣ୍ଟୁ ପଣ୍ଡା,ସର୍ବେଶ୍ଵର ସାହୁ,ମହମ୍ମଦ ସବିର ପ୍ରମୁଖ ରାଲି ର ନେତୃତ୍ଵ ନେଇଥିଲେ।