ମୁଖ୍ୟ ଖବର

ଏଡିଇଓଙ୍କୁ ବଦଳି ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ

By Angul TV Bureau

June 07, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଆମ୍ବପାଳ ଓ ବାମୁର ପଞ୍ଚାୟତରେ କାର୍ଯ୍ୟ କରୁଥିବା ଏଡିଇଓ ନଚିକେତା ପ୍ରଧାନକୁ ନେଇ ବିବାଦ ଦେଖା ଦେଇଛି। ସେ ଦୁଇଟି ପଞ୍ଚାୟତର ଏଡିଇଓ ଦାୟିତ୍ଵ ତୁଲାଉଥିବା ବେଳେ ଉଭୟ ପଞ୍ଚାୟତକୁ ଆସୁନଥିବା ସରପଞ୍ଚ ମାନେ ଅଭିଯୋଗ କରିଛନ୍ତି। ଏଡିଇଓ ଆମ୍ବପାଳ ପଞ୍ଚାୟତକୁ ଆସୁନଥିବା ନେଇ ସରପଞ୍ଚ ସୁଲୋଚନା ବୀର ଗୁରୁବାର ଦିନ କିଶୋରନଗର ବିଡିଓଙ୍କ ଠାରେ ଅଭିଯୋଗ କରିଥିବା ବେଳେ ତାଙ୍କ ନାମରେ ପୁଣି ବାମୁର ସରପଞ୍ଚ ସଂଜୀବ କୁମାର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅଭିଯୋଗ କରିଛନ୍ତି।

ଶୁକ୍ରବାର ଦିନ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ମେଲ ଜରିଆରେ ଅଭିଯୋଗ କରିଛନ୍ତି। ଏଡିଇଓ ନଚିକେତା ପ୍ରଧାନ ବିଭିନ୍ନ ଆଳ ଦେଖାଇ ଆସୁନଥିବାରୁ ତୁରନ୍ତ ତାଙ୍କୁ ଅନ୍ୟତ୍ର ପଞ୍ଚାୟତକୁ ବଦଳି କରିବା ପାଇଁ ସେ ଅଭିଯୋଗ କରିଛନ୍ତି। ବ୍ଲକ ପ୍ରଶାସନ ତାଙ୍କୁ ଘଣ୍ଟ ଘୋଡାଉଥିବା ଯୋଗୁଁ ସେ ସଠିକ ସମୟରେ ପଞ୍ଚାୟତକୁ ଆସୁନଥିବା ବାମୁର ସରପଞ୍ଚ ଅଭିଯୋଗ କରିଛନ୍ତି। ଏ ନେଇ ସେ ପୂର୍ବରୁ ବିଡିଓ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ କେହି କର୍ଣ୍ଣପାତ କରିନଥିଲେ। ଏଣୁ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି।