ମୁଖ୍ୟ ଖବର

ଅନୁଗୁଳର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଉନ୍ନତିକରଣ ପାଇଁ ବିଧାନସଭାରେ ଦାବି

By Angul TV Bureau

December 02, 2025

ଅନୁଗୁଳ: ଅନୁଗୁଳର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଓଡିଶା ବିଧାନସଭାରେ ଦାବି ଉପସ୍ଥାପନ କରାଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମାନ୍ୟବର ବାଚସ୍ପତି ସୁରମା ପାଢୀଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରିଛନ୍ତି। ଯେଉଁଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଉପସ୍ଥିତ ଥିଲେ। ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଅନୁଗୁଳ ବାସୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ହୋଇଥିବାରୁ ଏହାର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଦାବି କରାଯାଇଛି।